ରାତି ଅଧରେ ଅଦାଲତରେ ହେଲା ଶୁଣାଣି; ସ୍ବାସ୍ଥ୍ୟ କର୍ମୀଙ୍କୁ ଆକ୍ରମଣ କରି ଜେଲ ଗଲେ ୧୭

ଲକ୍ଷ୍ନୌ:  ଡାକ୍ତର, ପୋଲିସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣାରେ କଠୋର ହୋଇଛନ୍ତି ଉତ୍ତରପ୍ରଦେଶ ସରକାର ।  ମୁରାଦାବାଦରେ ହୋଇଥିବା ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଲାଗିଛି । କେବଳ ସେତିକି ନୁହେଁ ଆକ୍ରମଣକାରୀଙ୍କ ସମ୍ପତ୍ତି ଜବତ ପାଇଁ ନୋଟିସ ହୋଇଛି । ୧୭ ଜଣ ଆକ୍ରମଣକାରୀଙ୍କୁ ଦଣ୍ଡ ଦେବା ପାଇଁ ରାତି ଅଧରେ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି ସରକାର । ରାତି ପ୍ରାୟ ୩ଟାରେ ଅଦାଲତରେ ପଥରଫିଙ୍ଗାଳି ଆକ୍ରମଣକାରୀଙ୍କ ଶୁଣାଣି ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଜେଲ ପଠାଇ ଦିଆଯାଇଛି ।

Comments are closed.