ଚୋରକୁ ନିସ୍ତୁକ ମାଡ଼ ପରେ ପୁଲିସ ଜିମା ଦେଲେ ଗ୍ରାମବାସୀ

ନୟାଗଡ଼ : ନୟାଗଡ଼ ଜିଲା ଫତେଗଡ଼ ଥାନା ବାଇଗୁଣିଆ ଗାଁରେ ଗ୍ରାମବାସୀ ଦୁଇ ଚୋରଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ଏହାସହ ଅନ୍ୟ ଜଣେ ଚୋର ସୁଯୋଗ ପାଇ ଫେରାର ହୋଇଯାଇଛି। ଧରିଥିବା ଦୁଇ ଚୋରଙ୍କୁ ଧରି ଗ୍ରାମବାସୀ ପୁଲିସ ଜିମା ଦେଇଛନ୍ତି। ସୂଚନା ଅନୁଯାୟୀ,ବୁଧବାର ବିଳମ୍ବିତ ରାତିରେ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ୩ ଜଣ ଚୋର ପଶିଥିବାର ସେହି ବ୍ୟକ୍ତିଙ୍କ ପଡ଼ୋଶୀ ଘରର ଅନ୍ୟ ଜଣେ ବ୍ୟକ୍ତି ଦେଖିଥିଲେ। ସେ ସମ୍ପୃକ୍ତ ଘଟଣା ବିଷୟରେ ଅନ୍ୟ ଗ୍ରାମବାସୀମାନଙ୍କୁ ଜଣାଇଥିଲେ। ଏହାପରେ ଗ୍ରାମବାସୀମାନେ ଏକାଠି ହୋଇ ୨ ଚୋରଙ୍କୁ କାବୁ କରିଥିଲେ। ମାତ୍ର ଅନ୍ୟ ଜଣେ ଚୋର ସୁନାଗହଣା ଓ ଟଙ୍କା ନେଇ ଫେରାର ହୋଇଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଧରିଥିବା ଚୋରଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିବା ସହ ଗୋଟିଏ ବାଇକ ଜବତ କରିଛି।

Comments are closed.