ପୁତୁରାର ଆକ୍ରମଣରେ ଦାଦାର ମୃତ୍ୟୁ

0

ବ୍ରହ୍ମପୁର : ଗଂଜାମ ଜିଲ୍ଲା ବୁଗୁଡା ଥାନା ଅଧିନସ୍ଥ ବାଲିପଦର ଫାଣ୍ଡି ଅନ୍ତର୍ଗତ ନୂଆସାହିରେ ଏକ ହତ୍ୟାକାଣ୍ଡ ଘଟିଛି । ସମ୍ପର୍କୀୟ ପୁତୁରାର ମରଣାନ୍ତକ ଆକ୍ରମଣରେ ସୁଦର୍ଶନ ସ୍ବାଇଁଙ୍କର ମୃତ୍ୟୁ ଘଟିଛି । ତେବେ ଘରୋଇ କଳି ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ଜଣାପଡିଛି। ଅଭିଯୁକ୍ତର ଧାରୁଆ ମରଣାସ୍ତ୍ରରେ ଆକ୍ରମଣ ଓ ପ୍ରଚୁର ରକ୍ତସ୍ରାବ ଯୋଗୁଁ ସୁଦର୍ଶନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।  ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପୁତୁରା ଫେରାର ହୋଇଯାଇଛି । ବୁଗୁଡା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply