ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ଆକ୍ରମଣ ଅଭିଯୋଗ

ବାଲେଶ୍ବର : ବାଲେଶ୍ବର ଜିଲା ବାଲିଆପାଳ ବ୍ଲକର କଚୁଆପଡା ଗ୍ରାମରେ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ଆକ୍ରମଣ କରାଯାଇଥିବାର ଅଭିଯୋଗ କରାଯାଇଛି। ଦୁଇ ଭାଇଙ୍କୁ ସେମାନଙ୍କ ପଡୋଶୀ କୋଦାଳରେ ଆକ୍ରମଣ କରିଥିବା ଜଣାପଡିଛି। ଆହତ ଦୁଇ ଭାଇ ହେଲେ ଶ୍ରୀକାନ୍ତ ରଣା ଓ ପ୍ରଶାନ୍ତ ରଣା। ସେମାନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସେମାନଙ୍କ ପଡୋଶୀ ଫେରାର ହୋଇଯାଇଥିବା ଜଣାପଡିଛି। ଖବର ପାଇ ବାଲିଆପାଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଜମିଜମାକୁ କେନ୍ଦ୍ର କରି ଦୁଇ ଭାଇଙ୍କର ପଡୋଶୀ ସହ ଗଣ୍ଡଗୋଳ ହୋଇଥିଲା।

Comments are closed.