ଅବକାରୀ ସ୍କ୍ବାର୍ଡ ଉପରକୁ ଆକ୍ରମଣ ; ୩ ଗୁରୁତର

0

ବାଲେଶ୍ବର : ଅବକାରୀ ସ୍କ୍ବାର୍ଡଙ୍କ ଉପରକୁ ଆକ୍ରମଣ କରାଯାଇ ଅଭିଯୁକ୍ତଙ୍କୁ ଛଡାଇ ନିଆଯାଇଛି। ଏପରି ଘଟଣା ବାଲେଶ୍ବର ରୂପସା ମିରିଗିମୁଣ୍ଡି ଛକ ନିକଟରେ ଘଟିଛି। କିଛି ଲୋକେ ଅବକାର ସ୍କ୍ବାର୍ଡ କର୍ମଚାରୀଙ୍କୁ ମାଡ ମାରିଛନ୍ତି। ଏଥିରେ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଅବକାରୀ ବିଭାଗର କର୍ମଚାରୀମାନେ ଚୋରା ମଦ କାରବାରକୁ ନେଇ ରୁପସା ଅଞ୍ଚଳରେ ଚଢାଉ କରିଥିଲେ। ବିପୁଳ ପରିମାଣରେ ମଦ ସହ ଦୁଇ ଜଣଙ୍କୁ ଗିରଫ କରି ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଫେରିବା ବାଟରେ ୧୦ରୁ ୧୨ଜଣ ଲୋକ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ସ୍କ୍ବାର୍ଡର ଗାଡି ମଧ୍ୟ ଭଙ୍ଗାରୁଜା ହୋଇଥିବା ଜଣାପଡିଛି।

Leave A Reply