ପୂର୍ବ ଶତ୍ରୁତାରୁ ଗ୍ରାମ ସଭାପତିଙ୍କୁ ଗୁଳିମାଡ

0

ଢେଙ୍କାନାଳ: ବାଲିମି ଥାନା ନିକଟ ରଞ୍ଜାଗୋଳ ଗ୍ରାମର ସଭାପତିଙ୍କୁ ଗୁଳିମାଡ ହୋଇଥିବା ଅଭିଯୋଗ କରାଯାଇଛି। ଗ୍ରାମ ସଭାପତି ଜଣଙ୍କ ହେଉଛନ୍ତି ଲିଙ୍ଗରାଜ ସାହୁ। ସେ ଶୁକ୍ରବାର ସକାଳେ ହାଟକୁ ଯାଇଥିବା ସମୟରେ ତାଙ୍କୁ ୪ଜଣ ଦୁବୁର୍ତ୍ତ ତାଙ୍କୁ ପ୍ରଥମେ ଲୁହା ରଡରେ ମାଡ ମାରିବା ପରେ ଗୁଳି କରିଥିଲେ। ତାଙ୍କର ଦୁଇଟି ଗୋଡରେ ଗୁଳି ବାଜିଛି। ଲିଙ୍ଗରାଜଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ପୂର୍ବରୁ କ୍ରସର ମାଲିକ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳକୁ ହୋଇଥିବା। ଏହାକୁ ନେଇ ତାଙ୍କୁ ଗୁଳିମାଡ ହୋଇଥାଇ ପାରେ ବୋଲି ଢେଙ୍କାନାଳ ଏସପି ସନ୍ତୋଷ କୁମାର ନାୟକ ସୂଚନା ଦେଇଛନ୍ତି।

Leave A Reply