ନକ୍ସଲ ଆକ୍ରମଣରେ ଦୂରଦର୍ଶନରେ କାର୍ଯ୍ୟରତ ଓଡିଆ କ୍ୟାମେରାମ୍ୟାନ ମୃତ

0

ଭୁବନେଶ୍ବର: ଛତିଶଗଡରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନକ୍ସଲଙ୍କ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ହେଉଛନ୍ତି ଓଡିଶାର ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଅଚ୍ୟୁତାନନ୍ଦ ସାହୁ। ହେଲେ ତାଙ୍କ ଜନ୍ମସ୍ଥାନ ବଲାଙ୍ଗୀର ଜିଲା ଲୋଇସିଂହା ବୋଲି ଜଣାପଡିଛି। ସେ ପ୍ରଥମେ ଭାରତୀୟ ସେନାରେ ଚାକିରୀ କରିଥିଲେ। ସେନାରୁ ଅବସର ପରେ ସେ ଦୂରଦର୍ଶନରେ କ୍ୟାମେରାମ୍ୟାନ ଭାବେ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ଛତିଶଗଡର ଦନ୍ତେୱାଡା ଜିଲା ଆରନପୁର ଠାରେ ଦୁରଦର୍ଶନ ଟିମ ନିର୍ବାଚନ ଖବର ସଂଗ୍ରହ ପାଇଁ ଯାଇଥିଲେ। ସେହି ସମୟରେ ନକ୍ସଲମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ହୋଇଯାଇଛି। ନକ୍ସଲଙ୍କ ସହ ଗୁଳି ବିନିମୟରେ ଦୁଇଜଣ ସହିଦ ହୋଇଥିବା ଜଣାପଡିଛି। ଏନେଇ ଛତିଶଗଡ ଆଣ୍ଟିନକ୍ସଲ ଅପରେସନ ଡିଆଇଜି ପି.ସୁନ୍ଦରରାଜ ସୂଚନା ଦେଇଛନ୍ତି।

Leave A Reply