ଅଟାକୁ ଚଲାଇ ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଚୋକଡ ମିଶା ଅଟାର ଉପକାରିତା

ବଜାରରେ ମିଳୁଥିବା ଅଟାରେ ଗହମ ଚୋକଡ ମିଶି ରହିଥାଏ । ଅନେକ ଲୋକ ଅଟାକୁ ଚଲାଇ ବା ସେଥିରୁ ଚୋକଡ ବାହାର କରି ବ୍ୟବହାର କରିଥାନ୍ତି । ଅଟାରେ ଥିବା ଗହମର ଚୋକଡ ବାହାରି କରି ଅଦରକାରୀ ଭାବି ପିଙ୍ଗି ଦିଆନ୍ତି । ଏପରି କଲେ ରୁଟି ନରମ ଓ ମୁଲାୟମ ହେବ ବୋଲି ଲୋକଙ୍କ ଭାବନା ରହିଥାଏ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍ । ଏହା ଆମ ଶରୀର ପାଇଁ କେତେ ହାନିକାରକ ହୋଇଥାଏ ତାହା କଳ୍ପନ କରିବ ଅସମ୍ଭବ । ପ୍ରକୃତରେ ଚୋକଡା ବାହାର କରିବା ଦ୍ବାରା ଅଟାରେ ଭିଟାମିନସ ମାତ୍ରା କମ ହୋଇ ଯାଇଥାଏ ।

ଗହମ ଚୋକଡରେ ଭରପୁର ମାତ୍ରାରେ ଲବଣ ଓ ଭିଟାମିନ୍ ରହିଥାଏ । ଯେଉଁ ତତ୍ତ୍ବ ଚକୋଡରୁ ମିଳିଥାଏ, ତାହା ଅନ୍ୟ କେଉଁ ଖାଦ୍ୟରୁ ମିଳିନଥାଏ । ଚୋକଡଯୁକ୍ତ ଅଟାରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ବାରା କେତେକ ସାଂଘାତିକ ରୋଗ ମଧ୍ୟ ଭଲ ହୋଇଥାଏ ।

pic courtesy CTV News

ଚୋକଡ ମିଶା ଅଟା ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ପେଟରେ ଥିବା ମଳ ଓ ଆବର୍ଜନା ସଫା ହୋଇ ଯାଇଥାଏ । ଏହା ଦ୍ବାରା ଗ୍ୟାସ ଓ ପେଟ ଫୁଲିବା ଭଳି ସମସ୍ୟା ଦୂର ହୋଇଥାଏ ।

ପାକସ୍ଥଳୀରେ ହୋଇଥିବା ଘା’ ଶୁଖିବାରେ ସାହାଯ୍ୟ କରେ ।

କୋଲେଷ୍ଟ୍ରଲ ମାତ୍ରାକୁ ସନ୍ତୁଳିତ ରଖିବାରେ ଚୋକଡର ଭୂମିକା ଅତୁଳନୀ ।

ହୃଦଘାତ ଜନିତ ରୋଗ ମଧ୍ୟ ଦୂର ହୋଇଥାଏ ।

ଆପେଣ୍ଡିସାଇଟିସ୍ ଏବଂ ଅର୍ସ ବା ପାଇଲ୍ସ ଭଳି ରୋଗ ପାଇଁ ଏହା ଲାଭଦାୟକ ଅଟେ ।

ଚୋକଡରେ ଫାଇବର ଭରପୁର ମାତ୍ରାରେ ରହିଥିବା ବେଳେ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।

Comments
Loading...