MEllora 950×100

ରାଣୀ ଲକ୍ଷ୍ମୀବାଇ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ତିଗିରିଆ :  ତିଗିରିଆ ବ୍ଲକ ଅନ୍ତର୍ଗତ ପାଞ୍ଚଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କୁମ୍ଭୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ବୁଧବାର ଠାରୁ ଆରମ୍ଭ ହୋଇଛି । ଏହି ଶିବିର ୭ଦିନ ଚାଲୁ ରହିବ । ଏହି ଶିବିରରେ ଉଭୟ ବିଦ୍ୟାଳୟର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ବାଳିକାମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ପ୍ରଦାନ କରାଯାଉଛି । କ୍ରିଡ଼ା ଶିକ୍ଷୟିତ୍ରୀ ପଙ୍କଜିନୀ ରଥ ଏବଂ କୃଷ୍ଣପ୍ରିୟା ଦାସ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି ।

Comments are closed.