୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ପ୍ରତ୍ୟେକ କ୍ଷେତ୍ରକୁ ସାହାଯ୍ୟ କରିବ : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଅସୁବିଧାର ସମ୍ମୁଖୀନ ହୋଇଥିବା ପ୍ରତ୍ୟେକ କ୍ଷେତ୍ରକୁ ସାହାଯ୍ୟ କରିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଜେପି ମୁଖପାତ୍ର ନଳୀନ କୋହଲିଙ୍କ ସହ ସାମାଜିକ ଗଣମାଧ୍ୟମରେ ଏ ବିଷୟରେ ସେ କହିଛନ୍ତି, ରାଷ୍ଟ୍ରାୟତ ବ୍ୟାଙ୍କ୍‍ଗୁଡ଼ିକ କୌଣସି ବନ୍ଧକ ନ ରଖି ସ୍ୱୟଂକୃତ ଉପାୟରେ ଋଣ ବଣ୍ଟନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି, ଏହି ଯୋଜନା ଅନୁସାରେ କରାଯାଇଥିବା ଘୋଷଣା ଦ୍ୱାରା ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ନିର୍ବିଘ୍ନରେ ଚାଲିବା ସକାଶେ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା ହୋଇପାରିବ ।

ଅର୍ଥମନ୍ତ୍ରୀ କହିଛନ୍ତି, ଦୀର୍ଘ ଦିନରୁ ପଡ଼ିରହିଥିବା ବିଭିନ୍ନ କ୍ଷେତ୍ରରେ ସଂସ୍କାର ବିଷୟ ମଧ୍ୟ ଏଥିରେ ଉଲ୍ଲେଖ ରହିଛି । କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ଏହି ସହାୟତା ଲୋକମାନଙ୍କ ହାତକୁ ତୁରନ୍ତ ନଗଦ ଅର୍ଥ ଦେବା ମଧ୍ୟରେ କେବଳ ସୀମିତ ନୁହେଁ, ଏହା ନିଯୁକ୍ତି ସୃଷ୍ଟି କରିବା ସହ ଫାଇଦା ବୃଦ୍ଧି କରିବା ପାଇଁ ମଧ୍ୟ ଉଦ୍ଦିଷ୍ଟ । ଅର୍ଥମନ୍ତ୍ରୀ କହିଛନ୍ତି, ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଠିକ୍‍ ସମୟରେ ଋଣ ପରିଷୋଧ ଉପରେ ରିହାତି ବିଷୟରେ ଘୋଷଣା କରିଛି । ଏହା ଯୋଗୁଁ ପୁଞ୍ଜି ବଜାରରେ ସହଜରେ ନଗଦ ଉପଲବ୍ଧ ହେବବୋଲି ସେ କହିଛନ୍ତି ।

Comments are closed.