ଏଟିଏମ ସର୍ଭର ହ୍ୟାକ କରି ବିଦେଶକୁ ପଠାଇଲେ ୯୪କୋଟି

0

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ କୋ-ଅପରେଟିଭ ବ୍ୟାଙ୍କ କସ୍‍ମସ୍‍ ବ୍ୟାଙ୍କର ଏଟିଏମ ସର୍ଭରକୁ ହ୍ୟାକ କରି ହ୍ୟାକରମାନେ ୯୪.୪୨କୋଟି ଟଙ୍କା ବିଦେଶକୁ ପଠାଇ ଦେଇଛନ୍ତି। ଏଥିସହିତ ସେମାନେ ବ୍ୟାଙ୍କର ରୁପେ କାର୍ଡ ଓ ଭିସା କାର୍ଡର ତଥ୍ୟ ଚୋରି କରି ନେଇଛନ୍ତି। ଏହି ତଥ୍ୟ ଆଧାରରେ ୧୨ହଜାରଟି ନେଣଦେଣ ଜରିଆରେ ମୋଟ୍‍ ୭୮କୋଟି ଟଙ୍କା ଚୋରି କରାଯାଇଛି। ସେ ସମସ୍ତ ନେଣଦେଣ ଦେଶ ବାହାରେ ହୋଇଛି। ସେହିପରି ୨୮୦୦ଟି ନେଣଦେଣ ମାଧ୍ୟମରେ ୮୦ଲକ୍ଷ ଟଙ୍କା ଚୋରି କରାଯାଇଛି। ଏପରିକି ଏକ ନେଣଦେଣ ପ୍ରକ୍ରିୟା ମାଧ୍ୟମରେ ହକଂ ସ୍ଥିତ ହେଙ୍ଗସେଙ୍ଗ ବ୍ୟାଙ୍କକୁ ଟଙ୍କା ପଠାଯାଇଛି। ବ୍ୟାଙ୍କରେ ଥିବା ଏଏଲଏମ ଟ୍ରେଡିଂ ଲି ନାମକ ସଂସ୍ଥାନକୁ ୧୨କୋଟି ଟଙ୍କା ପ୍ରଦାନ କରାଯାଇଛି।
ଏହି ଘଟଣା ଜଣାପଡ଼ିବା ପରେ ପୁନା ସାଇବର ସେଲରେ କସମସ ବ୍ୟାଙ୍କ ପକ୍ଷରୁ ଅଜ୍ଞାତ ବ୍ୟକ୍ତି ଓ ଏଏଲଏମ ଟ୍ରେଡିଂ ନାମରେ ମାମଲା ରୁଜୁ ହୋଇଛି। ଦେଶରେ ଯେଉଁ ଅନୁପାତରେ ଡିଜିଟାଲ ଟ୍ରେଡିଂର ଅନୁପାତ ବୃଦ୍ଧି ହେଉଛି ସେହି ଅନୁପାତରେ ସାଇବର କ୍ରାଇମ ମଧ୍ୟ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ହ୍ୟାକର ମାନେ ବିଭିନ୍ନ ମାଲୱାର ଓ କ୍ଲୋନିଂ ପଦ୍ଧତି ଜରିଆରେ ଏଭଳି ବଡ଼ବଡ଼ ଠକେଇ କରୁଛନ୍ତି।

Leave A Reply