ଖୋର୍ଦ୍ଧା ଓ ଭୁବନେଶ୍ୱରରେ ୧୯୭ଟି ଏଟିଏମ୍‍ କାର୍ଯ୍ୟକ୍ଷମ

ଭୁବନେଶ୍ବର : ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଧୀରେ ଧୀରେ ବ୍ୟାଙ୍କ ସେବାକୁ ସ୍ବଭାବିକ କରାଯାଉଛି। ଗୁରୁବାର ସୁଦ୍ଧା ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ୪୩୨ଟି ବ୍ୟାଙ୍କ ଶାଖାକୁ କାର୍ଯ୍ୟକ୍ଷମ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର ୭୦୭ଟି ବ୍ୟାଙ୍କ ଶାଖା ରହିଛି । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୭୨ଟି ଶାଖା କାମ କରୁଛି ବୋଲି ସୂଚନା ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି। ସେହିପରି ପୁରୀ ଜିଲ୍ଲାର ୨୩୯ଟି ବ୍ୟାଙ୍କ ଶାଖା ମଧ୍ୟରୁ ୬୦ଟି କାର୍ଯ୍ୟକ୍ଷମ ହୋଇପାରିଛି।

ବିଦ୍ୟୁତ ସେବା ପ୍ରଭାବିତ ଥିବାରୁ ଏଟିଏମ୍‍ ଅଚଳ ହୋଇ ପଡିଛି । ତେବେ ପୁରୀରେ ୧୭୩ଟି ଏଟିଏମ୍‍ରୁ ୨୦ଟି କାର୍ଯ୍ୟକ୍ଷମ ହୋଇଥିବା ଶ୍ରୀ ସିଂହ କହିଛନ୍ତି। ଖୋର୍ଦ୍ଧା ଓ ଭୁବନେଶ୍ୱରରେ ୧୧ଶହ ୬୪ଟି ଏଟିଏମ୍‍ରୁ ୧୯୭ଟି କାର୍ଯ୍ୟକ୍ଷମ ହୋଇଛି। ସେହିପରି କଟକ ଜିଲ୍ଲାରେ ୫୯୩ଟି ଏଟିଏମ୍‍ରୁ ୧୬୨ଟି କାର୍ଯ୍ୟକ୍ଷମ ହୋଇଛି।

Comments are closed.