ଏଟିଏମରେ ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗ, ୨ ଅଟକ

0

କଟକ: ସୋମବାର କଟକ ସହରରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ଜନଗହଳିପୂର୍ଣ୍ଣ କଲେଜ ଛକ ନିକଟରେ ଜଣେ ମହିଳା ଗଣବଳାତ୍କାର ର ଶିକାର ହୋଇଥିବା ମାଲଗୋଦାମ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚାରଉଚରା କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, କଲେଜ ଛକ ନିକଟରେ ଥିବା ଏଟିଏମ ଭିତରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇ ଥିବା ଅଭିଯୋଗ ହୋଇଛି । ଗଣବଳାତ୍କାର ପରେ ମହିଳାଙ୍କୁ ଯୋବ୍ରା ଆନ୍ନିକଟ ନିକଟରେ ଅଭିଯୁକ୍ତମାନେ ଫୋପାଡି ଦେଇ ଚାଲି ଯାଇଥିଲେ । ସ୍ଥାନୀୟଲୋକ ମୁମୂର୍ଷ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗଣବଳାତ୍କାର କରିଥିବା ପୀଡିତା ଜଣଙ୍କ ବୟାନ ଦେଇଛନ୍ତି ।

Leave A Reply