ଗୋଟିଏ ରାତିରେ ଦୁଇଟି ଏଟିଏମ୍‍ ଲୁଟ୍‍

0

ବାଲେଶ୍ୱର: ଗୋଟିଏ ରାତିରେ ବାଲେଶ୍ୱର ଜିଲାର ଦୁଇଟି ସ୍ଥାନରୁ ଏଟିଏମ୍‍ ଲୁଟ୍‍ ହୋଇଛି। ଗ୍ୟାସ୍‍ କଟର ବ୍ୟବହାର କରି ଦୁବୃର୍ତ୍ତମାନେ ଏଟିଏମ୍‍ରୁ ପ୍ରାୟ ୩୬ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସହଦେବଖୁଣ୍ଟା ଥାନା ଅଧୀନ ଆଇଟିଆଇ ଛକ ଓ ସୁନାହାଟ ଛକ ସ୍ଥିତ ଏସ୍‍ବିଆଇ ଏଟିଏମ୍‍ରୁ ଲୁଟ୍‍ ହୋଇଥିବା ପୁଲିସ୍‍ କହିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ସହଦେବଖୁଣ୍ଟା ଥାନା ଅଧୀନ ଆଇଟିଆଇ ଛକ ନିକଟସ୍ଥ ଏସ୍‍ବିଆଇ ଏଟିଏମ୍‍ରୁ ଟଙ୍କା ଉଠାଇବାକୁ ଉଦେଶ ରାଉତ ନାମକ ଜଣେ ବ୍ୟକ୍ତି ରାତି ପ୍ରାୟ ୩.୩୦ରେ ଯାଇଥିଲେ। କିନ୍ତୁ ଏଟିଏମ୍‍ର ସଟର ବନ୍ଦ ଥିବା ଦେଖି ପୁଲିସକୁ ଫୋନ୍‍ କରିଥିଲେ। ଏହି ସମୟରେ ହଠାତ୍‍ ଜଣେ ଦୁବୃର୍ତ୍ତ ଉଦେଶଙ୍କ ହାତରୁ ମୋବାଇଲ୍‍ ଛଡ଼ାଇ ନେଇ ତାଙ୍କୁ କାବୁ କରିନେଇଥିଲା। ଏହାପରେ ଲୁଟିଆମାନେ ଚାଲିଯାଇଥିଲେ। ସେହିପରି ସୁନାହାଟ ଛକ ସ୍ଥିତ ଏସ୍‍ବିଆଇ ଏଟିଏମ୍‍ରୁ ମଧ୍ୟ ଲୁଟ୍‍ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଏସ୍‍ପି ବି ଯୁଗଳକିଶୋର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply