ଏଟିଏମ୍‌ ଲୁଟେରାର ଗୁରୁ ‘ୟୁଟ୍ୟୁବ୍‌’

ୟୁ ଟ୍ୟୁବ୍‌ରୁ ଏଟିଏମ୍‌ ଲୁଟ୍‌ ଭିଡିଓ ଦେଖି ଲୁଟ୍‌ ଅଭିଯୁକ୍ତ ଉଦ୍ୟମ କରିଥିଲା। ଅଭିଯୁକ୍ତର ଘର ଜଗତସିଂହପୁର ହୋଇଥିବାବେଳେ ତା’ ନିକଟରୁ ଗ୍ୟାସ୍‌ କଟର ଓ ବାଇକ୍‌ ଜବତ ହୋଇଛି। କଟକ ଗଣ୍ଡରପୁରରେ ଏଟିଏମ୍‌ ଲୁଟ୍‌ ଉଦ୍ୟମ କରି ଯୁବକ ଧରାପଡ଼ିବା ଘଟଣା ସମ୍ପର୍କରେ ଡିସିପି ପ୍ରତୀକ ସିଂହଙ୍କ ସୂଚନା ଦେଇଛନ୍ତି।
ଗତକାଲି ଅଭିଯୁକ୍ତର ଅପରାଧିକ ଭିତ୍ତିଭୂମି ନାହିଁ। ସେ ମେଡ଼ିସିନ୍‌ ଦୋକାନରେ କାମ କରୁଥିଲା ଏବଂ କୌଣସି କାରଣରୁ ସେ ସେଠାରୁ ବାହାରି ଯାଇଥିଲା। ଅଧିକ ଅର୍ଥ ରୋଜଗାର କରିବା ଆଶାରେ ଏଟିଏମ୍‌ ଲୁଟ୍‌ ପାଇଁ ଉଦ୍ୟମ କରିଥିଲେ। ଏଥିପାଇଁ ୟୁଟ୍ୟୁଭ୍‌ରୁ ଏଟିଏମ୍‌ ଚୋରୀ ସମ୍ପର୍କରେ ଶିକ୍ଷା କରିଥିଲେ ଏବଂ ଲୁଟ୍‌ ଉଦ୍ୟମବେଳେ ଧରା ପଡ଼ିଥିବା ସୂଚନା ଦିଆଯାଇଛି।

Comments are closed.