ଏଟିଏମ୍ ଭିତରେ ଯୁବକଙ୍କୁ ଆକ୍ରମଣ କଲେ ୩ ଦୁର୍ବୃତ୍ତ, ଲୁଟିନେଲେ ୩୫ହଜାର ଟଙ୍କା

ସୋର: ଦିନକୁ ଦିନ ଏଟିଏମ୍ ଲୁଟ୍ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଆଜି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସୋରଥାନା ଅନ୍ତର୍ଗତ ଷ୍ଟେସନ୍ ଛକ ଏସ୍ବିଆଇ ଏଟିଏମ୍ ଭିତରେ ପଶି ଜଣେ ଯୁବକଙ୍କୁ ମାଡ଼ ମାରି ତାଙ୍କଠାରୁ ୩୫ହଜାର ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ଆଜି ଜଣେ ଯୁବକ ଷ୍ଟେସନ୍ ଛକ ଏସ୍ବିଆଇ ଏଟିଏମ୍ରୁ ଟଙ୍କା ଉଠାଇବାକୁ ଯାଇଥିଲେ। ଏଟିଏମ୍ ଭିତରକୁ ହଠାତ୍ ୩ଜଣ ଦୁର୍ବୃତ୍ତ ପଶିଯାଇ ଯୁବକଙ୍କୁ ଆକ୍ରମଣ କରିଥିଲେ। ସେମାନେ ଏଟିଏମ୍ ଭିତରେ ଯୁବକଙ୍କୁ ଆକ୍ରମଣ କରି ୩୫ହଜାର ଟଙ୍କା ଲୁଟ୍ କରିନେଇଥିଲେ। ଏଟିଏମ୍ରୁ ଟଙ୍କା ଉଠାଉଥିବାବେଳେ ୩ ଦୁର୍ବୃତ୍ତ ଯୁବକଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଯୁବକଙ୍କ ମୋବାଇଲ୍ ଓ ଲାପ୍ଟପ୍ ମଧ୍ୟ ଭାଙ୍ଗିଦେଇଥିଲେ। ସୋରଥାନା ଷ୍ଟେସନ୍ ଛକ ଏଟିଏମ୍ ଭିତରେ ମାଡ଼ ଖାଇ ଲୁଟ୍ର ଶିକାର ହୋଇଥିବା ଯୁବକ ଜଣକ ସୋରଥାନାରେ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ପରେ ପୁଲିସର ସିସିଟିଭି ଯାଞ୍ଚ କରୁଛି ଏବଂ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।