ଏଟିଏମ୍‍ ଲୁଟ୍‍ ଉଦ୍ୟମ ପଣ୍ଡ କଲା ପୁଲିସ

0

ବାଲେଶ୍ୱର: ଏଟିଏମ୍‍ ଲୁଟ୍‍ ଉଦ୍ୟମକୁ ପଣ୍ଡ କରିବାରେ ସଫଳ ହୋଇଛି ପୁଲିସ। ରବିବାର ବିଳମ୍ବିତ ରାତିରେ ଏଟିଏମ୍‍ ଲୁଟ କରୁଥିବା ବେଳେ ଦୁଇ ଜଣ ଲୁଟେରା ପୁଲିସ ହାତରେ ଧରା ପଡିଯାଇଛନ୍ତି। ବାଲେଶ୍ୱର ଜିଲା ରେଳ ଷ୍ଟେସନ ନିକଟରେ ଥିବା ଏକ ଏସବିଆଇ ଏଟିଏମ୍‍ ବ୍ୟାଟେରୀ ଭାଙ୍ଗୁଥବା ବେଳେ ମୁମ୍ବଇରେ ଥିବା ସେଣ୍ଟ୍ରାଲ ଡାଟା ବେସ ଅଫିସକୁ ମେସେଜ ପଳାଇଥିଲା। ସେଠାରୁ ସହଦେବଖୁଣ୍ଟା ପୁଲିସକୁ ଲୁଟ ଉଦ୍ୟମ ବିଷୟରେ ଖବର ଦେବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଦୁଇ ଲୁଟେରାଙ୍କୁ ଗିରଫ କରିଛି। ଲୁଟେରା ଦୁଇ ଜଣ ହେଉଛନ୍ତି ପଶ୍ଚିମବଙ୍ଗ ମୁର୍ସିଦାବାଦର ମିଥୁନ ସିଂହ (୨୪), ସହଦେବ ରାୟ (୨୪)। ପୁଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply