ଆଖଣ୍ଡଳମଣି ଷ୍ଟେଟ ବ୍ୟାଙ୍କ ଏଟିଏମ ଭାଙ୍ଗିଲେ ଦୁର୍ବୁତ୍ତ, ଛାଡ଼ିଗଲେ ଗ୍ୟାସ ସିଲିଣ୍ଡର ଓ କଟର ମେସିନ

ଆରଡି:ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୁତ୍ତ ଆଖଣ୍ଡଳମଣି ପୀଠ ପ୍ରବେଶ ପଥ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମକୁ ଭାଙ୍ଗିବା ସହ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଆଶଙ୍କା କରାଯାଉଛି। ଆଜି ରବିବାର ବ୍ୟାଙ୍କ ଛୁଟି ରହିଥିବା ସୁଯୋଗରେ ଗତକାଲି କେହି ଦୁର୍ବୁତ୍ତ ଏପରି କାର୍ଯ୍ୟ କରିଥିବା ସ୍ଥାନୀୟ ଲୋକ କହିଛନ୍ତି। ତାହା ସହ ଏଟିଏମରେ ଲାଗିଥିବା ୨ଟି ସିସି କ୍ୟାମେରା ସହ ଆଲାରାମକୁ ଭାଙ୍ଗି ଦେଇଛନ୍ତି। ଏପରେକି ଗ୍ୟାସ ସିଲିଣ୍ଡର ଓ କଟର ଦ୍ବାରା ଏଟିଏମ ମେସିନକୁ ତାଡିବା ସହ ଏଟିଏମ ଗୃହରେ ଲାଗିଥିବା ଆସବାପତ୍ରଗୁଡିକୁ ଭାଙ୍ଗି ଦେଇଛନ୍ତି। ତେବେ ଦୁର୍ବୁତ୍ତମାନେ ଏଟିଏମ ମେସିନରୁ ଟଙ୍କା ନେଇଛନ୍ତି କି ନାହିଁ ତାହା ତଦନ୍ତ ପରେ ଜଣା ପଡିବ ବୋଲି ଫୋନ ଯୋଗେ ଜଣାଇଛନ୍ତି ଶାଖା ପରିଚାଳକ। ଏଟିଏମ ମେସିନ କାଟିବା ପାଇଁ ଆଣିଥିବା ଗ୍ୟାସ ସିଲିଣ୍ଡର ଓ କଟର ମେସିନ ଦୁର୍ବୁତ୍ତମାନେ ଛାଡିଯାଇଛନ୍ତି।

Comments are closed.