ଏଟିଏମ ଲୁଟ ସମୟରେ ଜଣେ ଗିରଫ ; ଟଙ୍କା ଜବତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏଟିଏମ ଲୁଟ ସମୟରେ କମିଶନରେଟ ପୁଲିସ ଦ୍ୱାରା ଜଣେ ଗିରଫ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ଗିରଫ ଯୁବକଙ୍କ ନାଁରେ ଥାନାରେ ୮ ରୁ ଅଧିକ ମାମଲା ରହିଥିବା ବେଳେ ପ୍ରାୟ ୪୨ ହଜାର ଟଙ୍କା ଜବତ ହୋଇଛି। ବରିଷ୍ଠ ନାଗରିକଙ୍କୁଟାର୍ଗେଟ କରି ଟଙ୍କା ଲୁଟ କରୁଥିବା ସମୟରେ ଯୁବକ ଗିରଫ ହୋଇଥିବା ନେଇ ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।

Comments are closed.