ଗୁରୁଡିଝାଟିଆରେ ଗ୍ରାମ୍ୟବ୍ୟାଙ୍କ ଏଟିଏମ ଉଦଘାଟିତ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ନିକଟରେ ଆଜି ଏକ ଏଟିଏମ କେନ୍ଦ୍ର ଲୋକାର୍ପିତ ହୋଇଛି। ଏହାକୁ ଗ୍ରାମ୍ୟ ବ୍ୟାଙ୍କର ଜେନେରାଲ ମ୍ୟାନେଜର ବି.କେ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଛନ୍ତି। ଏହା ସ୍ଥାନୀୟ ପାଞ୍ଚ ପଞ୍ଚାୟତ ଜନସାଧାରଣଙ୍କ ବହୁ ଦିନର ଦାବି ଥିଲା। ଏହା ଉଦଘାଟିତ ହେବା ଦ୍ୱାରା ଉପଭୋକ୍ତାମାନେ ଓ ସ୍ଥାନୀୟ ଜନସାଧାରଣ ବହୁ ଉପକୃତ ହେବ ବୋଲି କହିବା ସହିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସଦା ସର୍ବଦା ସାଧରଣ ଜନତାଙ୍କ ସାଥିରେ ଥାଏ ବୋଲି କହିଥିଲେ।
ଏହି ଉଦଘାଟନ ଉତ୍ସବରେ ଆଞ୍ଚଳିକ ମୁଖ୍ୟ ପ୍ରବନ୍ଧକ ଯତୀନ୍ଦ୍ରନାଥ ଷଡଙ୍ଗୀ, ବରିଷ୍ଠ ପ୍ରବନ୍ଧକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଓଡିଶା ଗ୍ରାମ୍ୟବ୍ୟାଙ୍କ ଗୁରୁଡିଝାଟିଆ ଶାଖାର ପରିଚାଳକ କ୍ଷମାସାଗର ବ୍ରହ୍ମା ଅତିଥି ଭାବରେ ଯୋଗଦେଇଥିଲେ। ବ୍ୟାଙ୍କର କର୍ମଚାରୀ ରାଜୀବ ଲୋଚନ ବେହେରା, ବିଜୟ କୁମାର ରାଉତ, ସାରଦା ପ୍ରସନ୍ନ ସାହୁଙ୍କ ସହିତ ସ୍ଥାନୀୟ ସଂଗଠକ ଶ୍ରଦ୍ଧାନନ୍ଦ ଧଳ ଓ ବହୁ ବୁଦ୍ଧିଜୀବି ଉପସ୍ଥିତ ରହିଥିଲେ।