ତିନ୍‌ ଏଟିଏମ୍‌ , ୮୭ ଖାତାଧାରୀ, ୧୯ ଲକ୍ଷ ଲୁଟ୍‌

ନୂଆଦିଲ୍ଲୀ .- ଦିଲ୍ଲୀରେ ଏଟିଏମ୍‌ କାର୍ଡ ବ୍ୟବହାର ନ କରି ଲୁଟେରା ମାନେ ବିଭିନ୍ନ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଇଛନ୍ତ । ୮୭ ଜଣ ଲୋକଙ୍କ ଆକାଉଣ୍ଟରୁ ୧୯ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି । ଦିଲ୍ଲୀର ତିଳକ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି । ଏହି ଲୋକମାନେ ଅନ୍‌ଲାଇନ୍‌ କାରବାର କରିନାହାନ୍ତି ଷ ଦିଲ୍ଲୀ ତିଳକ ନଗର ଥାନାରେ ମାମଲା ରୁଜୁ ହେବାପରେ ଏବେ ସାଇବର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି ।

ମେ ଏକ ତାରିଖରେ ତିଳକ ନଗର ଥାନାରେ ଏ ନେଇ ପ୍ରଥମେ ଏକ ମାମଲା ରୁଜୁ ହୋଇଥିଲା । ଏହାର ୭ ଦିନ ମଧ୍ୟରେ ୮୭ ଜଣ ଲୋକ ଅଭିଯୋଗ କରିଥିଲେ । ତିନୋଟି ଏଟିଏମ୍‌ରୁ ୧୯ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା । ଆକାଉଣ୍ଟଧାରୀମାନେ ୧୬ଟି ବେସରକାରୀ ବ୍ୟାଙ୍କର ଉପଭୋକ୍ତା । ସମସ୍ତଙ୍କର ୧୦ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଟଙ୍କା ଲୁଟ୍‌ ହୋଇଛି । ଏଟିଏମ୍‌ ଭିତରେ ସ୍କିମିଂ ମେସିନ ଲଗାଇ ଏହି ଲୁଟ୍‌ ହୋଇଥିବା ଜଣା ପଡିଛି ।
ଏଟିଏମ୍‌ର କାର୍ଡ ସ୍ୱାପ ହେଉଥିବା ସ୍ଥାନରେ ସ୍କିମିଂ ମେସିନ୍‌ ରଖି କାର୍ଡର ଡାଟା ଚୋରି କରାଯାଇଥିବା ପୁଲିସ ସନ୍ଦେହ କରୁଛି । ଏଟିଏମ୍‌ମାନଙ୍କର ସିସିଟିଭି ଫୁଟେଜ୍‌କୁ ପୁଲିସ ଯାଞ୍ଚ କରୁଛି । ପୁଲିସ ଏହି ଘଟଣାରେ କିଛି ସୁରାଗ ପାଇଛି । ସ୍ଥାନୀୟ ଗ୍ୟାଙ୍ଗ୍‌ ଏଥିରେ ସାମିଲ ଥିବା ସନ୍ଦେହ କରାଯାଉଛି ।

Comments are closed.