କିଶୋର ବୈଜ୍ଞାନିକ ପରୀକ୍ଷାରେ ଆତୀଶ ଓଡ଼ିଶା ଟପ୍ପର

ଭୁବନେଶ୍ବର: ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଦ୍ବାରା ପରିଚାଳିତ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା-୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଏକାଦଶ ଶ୍ରେଣୀର ଛାତ୍ର ଆତୀଶ ‌କୁମାର ସାହୁ ସର୍ବଭାରତୀୟ ସ୍ତରରେ ୧୩ତମ ସ୍ଥାନ ହାସଲ କରି ଓଡ଼ିଶା ଟପ୍ପର ହୋଇଛନ୍ତି। ପୂର୍ବରୁ ସେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ରାଙ୍କ ପାଇ କୃତିତ ହାସଲ କରିଛନ୍ତି। ଆଗକୁ ଜଣେ ବୈଜ୍ଞାନିକ ହୋଇ ଦେଶ ସେବା କରିବାକୁ ଲକ୍ଷ୍ୟ ରଖିଥିବା ଆତୀଶ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଆତିଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପରୀକ୍ଷାରେ କୃତିତ ଲାଭ କରିଥିବା ଆତିଶଙ୍କ ସହିତ ଅନ୍ୟ ବିଦ୍ୟାର୍ଥୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।
ଜଗତସିଂହପୁର ଜିଲା ହାଜିପୁର ଗାଁର ବାପା ଗଗନବିହାରୀ ସାହୁ ଏବଂ ମା’ ଗୀତାଞ୍ଜଳୀ ସାହୁଙ୍କ ପୁତ୍ର ଆତୀଶ। ସାଇ ଇଣ୍ଟରନ୍ୟାସନାଲ ଏବଂ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ କରାଯାଉଥିବା ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଆତୀଶ ‌ ଉତ୍ତମ ପ୍ରଦର୍ଶନ କରିଥିବାରୁ ଉଭୟ ଶିକ୍ଷାନୁଷ୍ଠାନ ମାଗଣାରେ ଶିକ୍ଷା ଦେଉଥିବା ଶ୍ରୀ ସାହୁ କହିଛନ୍ତି। ଇନ୍‌ଷ୍ଟିଚ୍ୟୁଟର ମୋଟ ୨୧ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

Comments are closed.