କାନ୍ଥ ଭୁଶୁଡି ୩ଶିଶୁ ଗୁରୁତର, ଏସସିବିରେ ଭର୍ତ୍ତି

ଆଠଗଡ଼: କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ କରିକୋଲ ଗ୍ରାମ ମଲ୍ଲିକ ସାହିରେ ଶୁକ୍ରବାର କାନ୍ଥ ଭୁଶୁଡି ୩ଜଣ ଶିଶୁ ଗୁରୁତର ହୋଇଥିବା ଜଣାପଡିଛି। ଶିଶୁ ତିନି ଜଣ ଅଗଣା​‌ରେ ଖେଳୁଥିବାବେଳେ ପଡୋଶୀ ଘର କାନ୍ଥ ଭୁଶୁଡି ତାଙ୍କ ଉପରେ ପଡିଯାଇଥିଲା। ପ୍ରଥମେ ତିନି ଜଣ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଆଠଗଡ ଡାକ୍ତରଖାନା ନିଆଯାଇଥିବାବେବେଳ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Comments are closed.