ଆଠଗଡ ବିଜେପି ପକ୍ଷରୁ ରିଲିଫ ବଣ୍ଟନ

ଗୁରୁଡିଝାଟିଆ :  ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି ପଞ୍ଚାୟତର ଗୋପିନାଥପଡା ଗାଁରେ ଆଠଗଡ ବିଜେପି ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବନ୍ୟାରେ ଘରେ ଘରେ ପାଣି ପଶିଯାଇଥିବା ଗୋପିନାଥପଡାର ଗ୍ରାମର ଜନସାଧାରଣ ଛାତ ଉପରେ ଆଶ୍ରୟ ନେଇଥିଲେ। ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଇନଜୀବି ତଥା ବିଜେପିନେତା ଜଗଦାନନ୍ଦ ତ୍ରିପାଠୀ, ମହେଶ୍ୱର ସ୍ୱାଇଁ, ଦିପକ ଦାସ ଓ ନିର୍ମଳ କୁମାର ପ୍ରମୁଖ ଉପସ୍ଥିତ ରହି ରିଲିଫ ବଣ୍ଟନ କରିଥିଲେ।

Comments are closed.