ଆଠଗଡ଼ରୁ ଆଉ ୧୭ କରୋନା ପଜିଟିଭ ଚିହ୍ନଟ

ଆଠଗଡ଼ : କଟକ ଜିଲା ଆଠଗଡ଼ ବ୍ଲକ ଅଞ୍ଚଳରୁ ଗୁରୁବାର ଆଉ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଣ୍ଟାକ୍ଟ ଟ୍ରେସିଂ ପରେ ୧୨୫ ଜଣଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିଲା। ସଂଗୃହିତ ୧୨୫ଟି ସାମ୍ପଲରୁ ୧୭ଟି ପଜିଟିଭ ମିଳିଛି। ୧୭ଟି ପଜିଟିଭ ମଧ୍ୟରୁ ୯ ଟି ଆଠଗଡ ବ୍ଲକର, ୪ ଟି ଆଠଗଡ ଏନଏସି ଅଞ୍ଚଳରୁ ଏବଂ ୪ ଟି ତିଗିରିଆ ବ୍ଲକରୁ ଚିହ୍ନଟ ହୋଇଛନ୍ତି। ଏନେଇ ଆଠଗଡ଼ ଏସଡିଏମଓ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି।

Comments are closed.