୨ ଲକ୍ଷ ଟଙ୍କା ମୂଲ୍ୟର ସାଗୁଆନ କାଠ ଜବତ

ଆଠଗଡ : ଆଠଗଡ ବନାଞ୍ଚଳ ପକ୍ଷରୁ ରାତ୍ରି ପାଟ୍ରୋଲିଂ ସମୟରେ ପୂର୍ବ ସୂଚନା ଆଧାରରେ ମୁଣ୍ଡଳି ପୋଲ ନିକଟରୁ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ୧୫୦ଘନଫୁଟ ସାଗୁଆନ ଲଗ୍‍ ଜବତ କରାଯାଇଥିବା ଜଣାପଡିଛି। ପୂର୍ବ ସୂଚନା ଅନୁଯାୟୀ, ବନାଞ୍ଚଳ ଅଧିକାରୀ ଆୟିଶା ଅଖତରୀ ନିଶା ରାତି ପ୍ରାୟ ୧୧ଟା ବେଳେ ମୁଣ୍ଡଳି ନିକଟରେ ଏକ ଟ୍ରଲି ରିକ୍ସାରେ ଯାଉଥିବା କିଛି ସାଗୁଆନ କାଠ ଜବତ କରିଥିଲେ। ପରେ ପରେ ଏକସ୍ଥାନରେ ଗଚ୍ଛିତ ଥିବା ସାଗୁଆନ କାଠ ଆଉ ଏକ ଟ୍ରଲି ରିକ୍ସାରେ ବୋଝେଇ ହୋଇ ରହିଥିବାବେଳେ ସେଠାରୁ ସମସ୍ତ କାଠ ଲଗ୍‍ ଓ ୨ଟି ଟ୍ରଲି ଜବତ କରିଥିଲେ। ତେବେ ସେଠାରୁ ୨ଜଣ ଟ୍ରଲି ଚାଳକ ଦୌଡି ପଳାଇବାରୁ ସେମାନଙ୍କୁ ଗିରଫ କରାଯାଇ ପାରିନଥିଲା। ଏହି ଚଢାଉରେ ବନରକ୍ଷୀ କୁନା ବେହେରାଙ୍କ ସମେତ ଅନ୍ୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

Comments are closed.