ଆଠଗଡ ଓକିଲ ସଂଘ ନିର୍ବାଚନ; ସତ୍ୟେନ ପଣ୍ଡା ସଭାପତି ଓ ମନୋରଞ୍ଜନ ମହାନ୍ତି ସଂପାଦକ

ଆଠଗଡ : ଆଠଗଡ ଓକିଲ ସଂଘର ନିର୍ବାଚନ ଶନିବାର ଅଦାଲତ ପରିସରରେ ଥିବା ଓକିଲ ସଂଘ ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି। ସକାଳ ୮ଘଟିକାଠାରୁ ଅପରାହ୍ନ ୪ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇ ଥିବାବେଳେ ମୋଟ ୧୩୧ସଦସ୍ୟଙ୍କ ମଧ୍ୟରୁ ୧୨୬ଜଣ ସେମାନଙ୍କର ମତଦାନ ସାବ୍ୟସ୍ତ କରିଥିଲେ। ଆଠଗଡ ଓକିଲ ସଂଘର ସଭାପତି ଓ ସଂପାଦକ ସମେତ ୫ଟି ପଦବୀ ଲାଗି ଦ୍ୱିମୁଖୀ ପ୍ରତିଦ୍ୱନ୍ଦୀତା ହୋଇଥିଲା। ନିଜର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ସତ୍ୟେନ ପଣ୍ଡା ସଭାପତି ଏବଂ ସଂପାଦକ ଭାବେ ମନୋରଞ୍ଜନ ମହାନ୍ତି ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଆଇନଜୀବୀ ସୁଶାନ୍ତ କୁମାର ସାହୁ କହିଛନ୍ତି ।ସେହିପରି ଉପସଭାପତି ଭାବେ ରାଜେନ୍ଦ୍ର ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଭାବେ ସରୋଜ କୁମାର ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଭାବେ ସୁଜିତ୍‍ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଥିଲେ ।ପୂର୍ବରୁ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ଅଚ୍ୟୁତାନନ୍ଦ ପଣ୍ଡା ଓ ଶକ୍ତିଦତ୍ତ ପଟ୍ଟନାୟକ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ନିର୍ବାଚନ ଅଧିକାରୀ ଶ୍ରୀ ସାହୁ ନିର୍ବାଚନ ପରିଚାଳନା କରିଥିବାବେଳେ ଆଇନଜୀବୀ ଜ୍ଞାନରଞ୍ଜନ ଧଳସାମନ୍ତ ଏଥିରେ ସହଯୋଗ କରିଥିଲେ।

Comments are closed.