ବିଧାୟକଙ୍କୁ ଲାଗିଲା କାଳିଶି !

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ଗ୍ରାମରେ ରବିବାର ଜଙ୍ଘା ବଡ଼ଦେଓ ପୂଜା କମିଟି ପକ୍ଷରୁ ଗୌଣ୍ଡ ସମାଜ ଠାକୁର ଶ୍ରୀ ଜଙ୍ଘା ବଡ଼ଦେଓଙ୍କ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଆମ୍ବସରମୁଣ୍ଡା ସେବାଶ୍ରମ ସ୍କୁଲ ପାଖରେ(ଜଙ୍ଘାପେନ ଠାନା )ଏହି ମହୋତ୍ସବ ପାଳନ କରାଯାଉଥିଲା। ପୂଜାପାଠ ଚାଲୁଥିବା ବେଳେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ସେଠାରେ ଉପସ୍ଥିତ ଥିଲେ। ପୂଜା ଶୋଭାଯାତ୍ରାବେଳେ ବିଧାୟକ ଶ୍ରୀ ସାଏ ହଠାତ ଝୁଲିବା ଆରମ୍ଭ କରିଥିଲେ। ବିଧାୟକ ଶ୍ରୀ ସାଏ ଗୋଣ୍ଡ ସମାଜର ହୋଇ ଥିବାରୁ ପୂଜାରେ ମୁଖ୍ୟ ପୁରୋଧା ହୋଇଥିଲେ। କିଛି ସମୟ ପାଇଁ ବିଧାୟକ ହାତରେ ଖଣ୍ଡା, ମୁଣ୍ଡରେ ପଗଡି ପିନ୍ଧି ନାଚିବା ଦେଖାଯାଇଥିଲା। ହରିବୋଲ ହୁଳହୁଳିରେ ସ୍ଥାନଟି କମ୍ପି ଉଠିଥିଲା। ଏହାଦେଖି ଉପସ୍ଥିତ ଲୋକମାନେ ବିଧାୟକଙ୍କ ଦେହକୁ ଠାକୁର(କାଳିସୀ )ଆସିଛି ବୋଲି କୁହାକୁହି ହେଉଥିବା ଦେଖିବାକୁ ମିଳିଥିଲା।

ଏ ସମ୍ପର୍କରେ ବିଧାୟକ ଶ୍ରୀ ସାଏଙ୍କୁ ପଚାରିବାରୁ ସେ କହିଲେ ଯେ ଉକ୍ତ ସମୟରେ ମୁଁ ସଚେତନ ନଥିଲି। ଲୋକେ ମୋତେ କାଳିସୀ ଆସିଥିବା କହୁଥିବା ଜାଣିବାକୁ ପାଇଛି ା ବର୍ତ୍ତମାନ ମୁଁ ସୁସ୍ଥ ଅଛି ବୋଲି ସେ କହିଛନ୍ତି।

Comments are closed.