ବିକାଶ ମଞ୍ଚ ପକ୍ଷରୁ ଚାଷୀଙ୍କୁ ଜରିପଖିଆ ବଣ୍ଟନ

ଆଠଗଡ: ଆଠଗଡ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ବର୍ଷାରୁ ରକ୍ଷା ପାଇଁ ଚାଷୀମାନଙ୍କୁ ଜରିପଖିଆ ବଣ୍ଟନ କରାଯାଇଛି। କୁଲାଇଲୋ ପଞ୍ଚାୟତ ଅନ୍ତର୍ଗତ କୁଲାଇଲୋ ଗ୍ରାମରେ ଚାଷଜମିରେ କାର୍ଯ୍ୟରତ ବହୁ ମହିଳା ଓ ପୁରୁଷ ଚାଷୀଙ୍କୁ ଆଠଗଡ ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ଭେଟିବା ସହ ସେମାନଙ୍କୁ ଜରିପଖିଆ ବଣ୍ଟନ କରିଥିଲେ। ଶ୍ରୀ ବସ୍ତିଆଙ୍କୁ ଏହି କାର୍ଯ୍ୟରେ ସମାଜସେବୀ ମାଗୁଣି ଚରଣ ରାଉତ ଓ ବିକାଶ ମଞ୍ଚର ଅନ୍ୟ ସଦସ୍ୟ ସହଯୋଗ କରିଥିଲେ।

Comments are closed.