ଆଠଗଡର ତାରା ପ୍ରସାଦ ମିଶ୍ର ହେଲେ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ

ଆଠଗଡ: ଆଠଗଡ ସହରର ତାରା ପ୍ରସାଦ ମିଶ୍ର ରାଜ୍ୟ ପୂର୍ତ୍ତବିଭାଗର ମୁଖ୍ୟଯନ୍ତ୍ରୀ (ରାସ୍ତା ଓ ସେତୁ) ଭାବେ ପଦୋନ୍ନତି ପାଇବା ଖବର ପ୍ରକାଶିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଝରଣଛକ ନିବାସୀ ସ୍ୱର୍ଗତ ଇଂ ଗୋବିନ୍ଦ ଚନ୍ଦ୍ର ମିଶ୍ର ଜ୍ୟେଷ୍ଠପୁତ୍ର ତାରା ପ୍ରସାଦ ମିଶ୍ର ସଂପ୍ରତି କଟକ ପୂର୍ତ୍ତ ମଣ୍ଡଳ କାର୍ଯ୍ୟାଳୟରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ।

ରାଜ୍ୟ ସରକାର ନିର୍ମାଣ ବିଭାଗ ୨୨ତାରିଖରେ ତାଙ୍କ ପତ୍ରସଂଖ୍ୟା ୧୦୨୨୮ ଜରିଆରେ ତାରାପ୍ରସାଦଙ୍କୁ ପଦୋନ୍ନତି ଦିଆଯାଇ ମୁଖ୍ୟଯନ୍ତ୍ରୀ (ରାସ୍ତା ଓ ସେତୁ) ଭାବେ ନିଯୁକ୍ତ କରିଥିବା ଜଣାପଡିଛି। ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଭାବେ ଇଂ ମିଶ୍ର ତାଙ୍କର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି। ମୁଖ୍ୟଯନ୍ତ୍ରୀ ଭାବେ ପଦୋନ୍ନତି ପାଇବା ପରେ ତାଙ୍କୁ ଆଠଗଡରେ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି। ଆଠଗଡ ଅଞ୍ଚଳରେ ରାସ୍ତାର ବିକାଶ ପାଇଁ ସେ ଅଗ୍ରାଧିକାର ଦେବେ ବୋଲି ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କରିଛନ୍ତି।

Comments are closed.