ବିଜେପି ପକ୍ଷରୁ ସହରାଞ୍ଚଳ ବିଶୋଧନ

ଆଠଗଡ: ଆଠଗଡ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୁକ୍ରବାର ଆଠଗଡ ଏନଏସି ଅଞ୍ଚଳରେ ବିଭିନ୍ନ ସାହି, ବସ୍ତି ଓ ବଜାରଘାଟରେ ବିଶୋଧନ କାର୍ଯ୍ୟକ୍ରମ ସହିତ ମାସ୍କ ବଣ୍ଟନ କରାଯାଇଛି। ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟଙ୍କ ନେତୃତ୍ୱରେ ଓକିଲସଂଘର ପୂର୍ବତନ ସଭାପତି ଜଗଦାନନ୍ଦ ତ୍ରିପାଠୀ, ନଗର ମଣ୍ଡଳ ସଭାପତି ନଚିକେତା ପରମାଣିକ, ଉପସଭାପତି ପ୍ରଦୀପ ମହାପାତ୍ର, ସାଧାରଣ ସଂପାଦକ ରମାକାନ୍ତ ସେନାପତି ପ୍ରମୁଖଙ୍କ ପରିଚାଳନାରେ ସିଞ୍ଚନ ମେସିନ ଦ୍ୱାରା ବିଶୋଧନ କରାଯାଇଥିଲା। ଏଥିସହିତ ବିଭିନ୍ନ ଅଞ୍ଚଳରେ ବିନା ମାସ୍କରେ ବୁଲୁଥିବା ଲୋକଙ୍କୁ ମାସ୍କ ବଣ୍ଟନ ସହ ପରିଧାନ ପାଇଁ ସଚେତନ କରାଯାଇଥିଲା। କଟକ ଜିଲ୍ଲା ସଂପାଦକ ପ୍ରକାଶ ସେଠୀ, ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଜଗଦୀଶ କବି, ପ୍ରସନ୍ନ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.