ମନ୍ଦିର ପୂଜକଙ୍କୁ ବିଜେପିର ଶୁଖିଲା ଖାଦ୍ୟ ବଣ୍ଟନ

ଆଠଗଡ: ଆଠଗଡ ସହରର ସମସ୍ତ ପ୍ରମୁଖ ମନ୍ଦିରର ପୂଜକ ଓ ସେବାୟତଙ୍କୁ ସ୍ଥାନୀୟ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ଗୁରୁବାର ଶୁଖିଲା ଖାଦ୍ୟ ଥିବା ପ୍ୟାକେଟ ବଣ୍ଟନ କରାଯାଇଛି। ଆଠଗଡ ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟଙ୍କ ନେତୃତ୍ୱରେ ବିଜେପିର କାର୍ଯ୍ୟକର୍ତ୍ତାମାନେ ଅଟ୍ଟାଳି ଜଗନ୍ନାଥ ଦେବ, ରାଧାଗୋବିନ୍ଦ ଜୀଉ, ମା’ ଉତ୍ତରାଚଣ୍ଡି, ଶ୍ରୀ କାଶୀବିଶ୍ୱନାଥ, ଶ୍ରୀ ରଘୁନାଥ ଜୀଉ, ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ, ଚାନ୍ଦବାଲିଛକ ହନୁମାନ ମନ୍ଦିର ଓ ରାସରସିକପୁରସ୍ଥିତ ରାଧାରସିକ ଦେବଙ୍କ ମଠ ଆଦିର ପୂଜକମାନଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟମାନ ବଣ୍ଟନ କରାଯାଇଥିଲା। ଦାନ ଦକ୍ଷିଣାରେ ନିଜର ପରିବାର ପୋଷଣ କରୁଥିବା ପୂଜକ ଓ ସେବାୟତମାନେ ଏବେ ଦୀର୍ଘଦିନ ହେବ ମନ୍ଦିର ବନ୍ଦ ରହିଥିବାରୁ ପରିବାର ଦୁଃଖରେ କାଳାତିପାତ କରୁଛନ୍ତି।

ଏହି ସମୟରେ ବିଜେପିର ସହାୟତା ପାଇଁ ସେମାନେ କୃତଜ୍ଞତା ଜଣାଇଥିଲେ। ଜିଲ୍ଲା ସଂପାଦକ ପ୍ରକାଶ ସେଠୀ, ନଗର ସଭାପତି ନଚିକେତା ପରମାଣିକ, ଓକିଲ ସଂଘ ପୂର୍ବତନ ସଭାପତି ଜଗଦାନନ୍ଦ ତ୍ରିପାଠୀ, ପ୍ରଦୀପ ମହାପାତ୍ର, ହେମନ୍ତ ମହାନ୍ତି, ରମାକାନ୍ତ ସେନାପତି ଓ ବିଜୟ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.