ଅବକାରୀ ଚଢାଉ, ୩୨୧୦ଲିଟର ପୋଚ ୨୪୦ଲିଟର ମଦ ଜବତ

ଆଠଗ: ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହ, କଟକ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ସଂରକ୍ଷିତ ଜଙ୍ଗଲର ମଠନାଳ, ଝିଙ୍କରପଡା ଅଞ୍ଚଳରେ ଚଢାଉ କରାଯାଇ ୩୨୧୦ଲିଟର ଗୁଡପୋଚ ଓ ୨୭୦ଲିଟର ସଦ୍ୟପ୍ରସ୍ତୁତ ରନ୍ଧା ଦେଶୀମଦ ଜବତ କରାଯାଇଛି। ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀଙ୍କ ନେତୃତ୍ୱରେ ହୋଇଥିବା ଏହି ମିଳିତ ଚଢାଉ ସମୟରେ ଡାଳୁଆ ସଂରକ୍ଷିତ ଜଙ୍ଗଲର ମଠନାଳ ନିକଟସ୍ଥ ଅତି ଘଞ୍ଚ ଜଙ୍ଗଲ ମଧ୍ୟରେ ଶତାଧିକ ପ୍ଲାଷ୍ଟିକ ଜାରକିନରେ ଲୁଚାଇ ରଖାଯାଇଥିବା ୩୨୧୦ଲିଟର ଗୁଡପୋଚ ଏବଂ ଏକାଧିକ ଭାଟିରେ ଲୁଚାଇ ରଖାଯାଇଥିବା ସଦ୍ୟପ୍ରସ୍ତୁତ ଦେଶୀମଦ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା।

ଏହି ଚଢାଉରେ ଆଠଗଡ ଉପନିରୀକ୍ଷକ ବିଜୟ କୁମାର ଭଞ୍ଜ, ବାଙ୍କୀ ଉପନିରୀକ୍ଷକ ଟେଲିସ୍ଫୋର ଲାକ୍ରା, ଆଠଗଡ ସହକାରୀ ଉପନିରୀକ୍ଷକ ଦେବାନନ୍ଦ ଭୂୟାଁଙ୍କ ସମେତ ବହୁ ଅବକାରୀ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

Comments are closed.