ଡାଳୁଆ ଗ୍ରାମକୁ ଆଂଶିକ ଆବଦ୍ଧାଞ୍ଚଳ ଘୋଷିତ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତ ଅଧୀନ ଡାଳୁଆ ଗ୍ରାମରେ ଗତ ୧୦ ଦିନ ମଧ୍ୟରେ ୨୧ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଉକ୍ତ ଗ୍ରାମକୁ ୭ ଦିନ ପାଇଁ ଆଂଶିକ ଆବଦ୍ଧାଞ୍ଚଳ ଘୋଷିତ କରାଯାଇଛି। ସେଠାରେ କରୋନା ସଂକ୍ରମଣ ରୋକିବା ଲାଗି ସତର୍କତା ପଦକ୍ଷେପ ସ୍ୱରୂପ ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଡାଳୁଆ ଗ୍ରାମକୁ ୪ତାରିଖ ସକାଳ ୬ଟାରୁ ୧୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ କଣ୍ଡରେଇ ପଞ୍ଚାୟତ ସରପଞ୍ଚଙ୍କ ସହାୟତାରେ ଉକ୍ତ ଗ୍ରାମର ସମସ୍ତ ପ୍ରବେଶପଥକୁ ବାଉଁଶ ବାଡା ଦ୍ୱାରା ଆବଦ୍ଧ କରାଯାଇଛି।

ଏହି ସମୟ ମଧ୍ୟରେ ଉକ୍ତ ଗ୍ରାମକୁ କେହି ଯିବା ଆସିବା କରିବା ଉପରେ ବାରଣ କରାଯାଇଥିବା ବେଳେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର କୋଭିଡ ପରୀକ୍ଷା ଲାଗି ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପଦକ୍ଷେପ ନେବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଗ୍ରାମରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ବିଡିଓ ଏବଂ ଆଇନ ଶୃଙ୍ଖଳା ରକ୍ଷା ପାଇଁ ତହସିଲଦାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

Comments are closed.