ଜଷ୍ଟ ଫର ୟୁ ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ଆଠଗଡ଼: ଆଠଗଡ଼ର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜଷ୍ଟ ଫର ୟୁ ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଝୁଲଣ ମନ୍ଦିର ପ୍ରାଙ୍ଗଣରେ ସୋମବାର ଏକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁଧାଂଶୁ ଶେଖର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୦ଟି ବିଦ୍ୟାଳୟ ଓ ୩ଟି ମହାବିଦ୍ୟାଳୟର ପ୍ରାୟ ୧୫୦ଜଣ ଛାତ୍ରଛାତ୍ରୀ ଯୋଗଦେଇ ମାନସିକ ଦକ୍ଷତା, ମ୍ୟୁଜିକ୍‍ ଚେୟାର, ସାଧାରଣ ଜ୍ଞାନ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ଯୁବସଂଗଠକ ତଥା ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ ଯୋଗଦେଇ ଉଦ୍‍ବୋଧନ ଦେବା ସହ ୩୦ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି ପ୍ରତିଯୋଗିତା ଗୁଡିକର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅନୁଷ୍ଠାନ ପକ୍ଷରୁ ୩ଟି ଲେଖାଏଁ ଖାତା ଓ କଲମ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିିଚାଳନାରେ ସହଯୋଗ କରିଥିବାବେଳେ ସଂପାଦକ ଜିତେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.