ଅମାନିଆ ବ୍ୟବସାୟୀଙ୍କୁ ଅର୍ଥଦଣ୍ଡ

ଆଠଗଡ: ଆଠଗଡ ସହରରେ କୋଭିଡ ଓ ଲକ୍‍ଡାଉନ କଟକଣା ଅମାନ୍ୟ କରି ବ୍ୟବସାୟ ଚଳାଇଥିବା ଦୋକାନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆଠଗଡ ପ୍ରଶାସନ ପକ୍ଷରୁ ଚଢାଉ ଜାରି ରହିଛି। ବୁଧବାର ୨ଟି ଦୋକନ ଉପରେ ଚଢାଉ କରାଯାଇ ୧୦ହଜାର ଟଙ୍କା ଜୋରିମନା କରାଯାଇଥିବା ବେଳେ ଗୁରୁବାର ପୁଣି ଅନେକ ଦୋକାନ ଉପରେ ଚଢାଉ କରାଯାଇଥିବା ବେଳେ ଜଣେ ଲୁଗା ବ୍ୟବସାୟୀଙ୍କଠାରୁ ୧୦ହଜାର ଟଙ୍କା ଜୋରିମନା ଆଦାୟ କରାଯାଇଛି।

ରାଜଶ୍ରୀ ଏମପୋରିୟମ ନାମକ ଲୁଗା ଦୋକାନ ମାଲିକ ନିଜ ଘରେ ବ୍ୟବସାୟ ଚଳାଇଥିବାବେଳେ ଡେପ୍ୟୁଟି କଲେକ୍ଟର ସାରଦାକାନ୍ତି ଦଳାଇ ଓ ସଦର ଆରଆଇ ମୃତ୍ୟୁଞ୍ଜୟ ରାଉଳ ପୁଲିସ ସହାୟତାରେ ଚଢାଉ କରିଥିଲେ। ତାଲାବନ୍ଦ ଓ କୋଭିଡ କଟକଣା ଅମାନ୍ୟ କରିଥିବାରୁ ସଂପୃକ୍ତ ବ୍ୟବସାୟୀଙ୍କ ଠାରୁ ୧୦ହଜାର ଟଙ୍କା ଜୋରିମନା ଆଦାୟ କରାଯାଇଥିଲା। ଏହିଭଳି ଯାଞ୍ଚ ଓ ଚଢାଉ ନିୟମିତ ଜାରି ରହିବ ବୋଲି ଉପଜିଲ୍ଲପାଳ ଅଜାମ୍ବର ମହାନ୍ତି ପ୍ରକାଶ କରିଛନ୍ତି।

Comments are closed.