ଚୋରି ସମୟରେ ୩ ଚୋରଙ୍କୁ ଧରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ବଡଭୂଇଁ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଦୋକାନରୁ ଚୋରି କରୁଥିବା ବେଳେ ୩ଜଣ ଚୋରଙ୍କୁ ଗ୍ରାମବାସୀ କାବୁ କରି ପୁଲିସ ଜିମା ଦେଇଥିବା ଜଣାପଡିଛି। ବଡଭୂଇଁ ଗ୍ରାମର ପ୍ରସନ୍ନ କୁମାର ପଣ୍ଡାଙ୍କ ଦୋକାନ କବାଟ ଭାଙ୍ଗି ୩ ଜଣ ଚୋର ଚୋରି କରୁଥିବା ବେଳେ ଶବ୍ଦ ଶୁଣି ପାଖ ପଡିଶା ଗ୍ରାମବାସୀଙ୍କୁ ଡାକି ସେମାନଙ୍କୁ ଧରିଥିଲେ। ଚୋରି କରୁଥିବା ଚୋରମାନେ ହେଲେ ବାଙ୍କୀ ଥାନା ଅନ୍ତର୍ଗତ ଓସ୍ତିଆ ଗ୍ରାମର ଚନ୍ଦନ ନାୟକ, ବିନୋଦ ନାୟକ ଓ ଗୋବିନ୍ଦ ନାୟକ। ସୂଚନା ପାଇ ଆଠଗଡ ପୁଲିସ ବଡଭୂଇଁ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ଦ୍ୱାରା ଅଟକ ଥିବା ୩ ଚୋରଙ୍କୁ ଥାନାକୁ ଆଣିବା ସହ ଗୁରୁବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Comments are closed.