୩ ବାଲି ଟାକ୍ଟର ଜବତ, ୩୦ହଜାର ଟଙ୍କା ଜୋରିମାନା

ଆଠଗଡ଼: ଆଠଗଡ଼ ତହସିଲ ପକ୍ଷରୁ ସାପୁଆନଦୀରୁ ବେଆଇନ ବାଲି ଚାଲାଣ କରୁଥିବା ୩ଟ ଟାକ୍ଟରକୁ ଜବତ କରି ୩୦୩୧୫ଟଙ୍କା ଜୋରିମନା ଆଦାୟ କରାଯାଇଥିବା ଜଣାପଡ଼ିଛି। ତହସିଲଦାର ପ୍ରିୟବ୍ରତ ଦାସ ଓ ତାଙ୍କ ସହକର୍ମୀମାନେ ଆଠଗଡ଼ର ବିଭିନ୍ନ ସ୍ଥାନରୁ ୩ଟି ଟାକ୍ଟରକୁ ଜବତ କରିଥିଲେ। ଆଭ୍ୟନ୍ତର କ୍ରୀଡାଙ୍ଗନକୁ ବାଲିଚାଲାଣ କରାଯାଉଛି ବୋଲି ମିଥ୍ୟାକହି ଟାକ୍ଟର ୩ଟି ସାପୁଆ ନଦୀରୁ ବାଲି ଚାଲାଣ କରୁଥିଲେ। ସଂପୃକ୍ତ ୩ ଟାକ୍ଟର ମାଲିକଙ୍କ ଠାରୁ ଜୋରିମନା ଆଦାୟ ପରେ ଛାଡି ଦିଆଯାଇଛି।

Comments are closed.