ମାଙ୍କଡା ପଥର ସହ ୨ ଟ୍ରକ୍‍ ଜବତ

ଆଠଗଡ: ଆଠଗଡ ତହସିଲ ପକ୍ଷରୁ ବିନା କାଗଜପତ୍ରରେ ଚୋରା ଚାଲାଣ କରାଯାଉଥିବା ୨ଟି ମାଙ୍କଡା ପଥର ବୋଝେଇ ଟ୍ରକ୍‍କୁ ଜବତ କରାଯାଇଛି। ମଙ୍ଗଳବାର ସକାଳେ ତହସିଲଦାର ତପନ କୁମାର ଖୁଣ୍ଟିଆ ୨ଟି ଟ୍ରକ୍‍କୁ ଆଠଗଡରୁ ପିଛାକରି ଗୋଟିଏ ଟ୍ରକ୍‍ ରାଧାଗୋବିନ୍ଦପୁର ଓ ଅନ୍ୟ ଟ୍ରକଟି ଧାଇପୁର ନିକଟସ୍ଥ କଇଥଛକଠାରୁ ଜବତ କରିଥିଲେ। ଢେଙ୍କାନାଳ ଅଞ୍ଚଳରୁ ଆସିଥିବା ୨ଟି ଯାକ ଟ୍ରକକୁ ତହସିଲ କାର୍ଯ୍ୟାଳୟକୁ ଆଣିବା ପରେ ସେମାନଙ୍କ ମାଲିକଙ୍କୁ ୪୨ହଜାର ଟଙ୍କା ଜୋରିମନା ବାବଦକୁ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.