ଗାଡି ଡିକି ଭାଙ୍ଗି ଟଙ୍କା ଲୁଟ ଅଭିଯୋଗ

ଆଠଗଡ଼: ଆଠଗଡ଼ ବଜାରରୁ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟ ହୋଇଥିବା ଆଠଗଡ଼ ଥାନାରେ ଅଭିଯୋଗ ହୋଇଛି। ଆଠଗଡ଼ ଥାନା ଅନ୍ତର୍ଗତ ତରଡିଙ୍ଗ ପଞ୍ଚାୟତ ଗଜାମ୍ବର ନିତ୍ୟାନନ୍ଦ ବେହେରାଙ୍କ ପୁଅ ସଦାଶିବ ବେହେରା ଜାଗା ରେଜିଷ୍ଟ୍ରେସନ ପାଇଁ ଆଠଗଡ଼ ଷ୍ଟେଟ ବ୍ୟାଙ୍କରୁ ୮୫ ହଜାର ଟଙ୍କା ଉଠାଇ ଦୁର୍ଗା ବଜାରରେ ଥିବା କାଶୀପ୍ରଭା ଦୋକାନ ସମ୍ମୁଖରେ ଗାଡି ରଖି ଷ୍ଟେସନାରୀ ଜିନିଷ କିଣିବା ପାଇଁ ଯାଇଥିବା ବେଳେ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟ ହୋଇଥିବା ଆଠଗଡ଼ ଥାନାରେ ଅଭିଯୋଗ ହୋଇଛି। ଆଠଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Comments are closed.