ଆଠଗଡରେ ବିଜେପିର ସେବା ସପ୍ତାହ

ଆଠଗଡ: କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାରର ୭ବର୍ଷ ପୂର୍ତ୍ତି ଉପଲକ୍ଷେ ଆଠଗଡ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ଏକ ସପ୍ତାହ ବ୍ୟାପି ସେବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ରବିବାର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଆଠଗଡ ଏନଏସି ଓ ଗ୍ରାମାଞ୍ଚଳରେ କରୋନା ମହାମାରୀରୁ ରକ୍ଷା ପାଇଁ ସଚେତନ କରିବା ସହ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାସ୍କ ବଣ୍ଟନ କରିଥିଲେ। ଆଠଗଡ ଓ ତିଗିରିଆ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୭ଟି ଜିଲ୍ଲା ପରିଷଦ ଜୋନରେ ମଣ୍ଡଳ ସଭାପତିମାନଙ୍କ ତତ୍ୱାବଧାନରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଅନୁରୁପ ଭାବେ କରୋନା ସଚେତନତା ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ମାସ୍କ ଓ ସାନିଟଇଜର ବଣ୍ଟନ କରିଥିଲେ।

ଏଥିରେ ଯୋଗଦେଇ ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି , ସଂପାଦକ ପ୍ରକାଶ କୁମାର ସେଠୀ, ବରିଷ୍ଠ ନେତା ପ୍ରମୋଦ କୁମାର ରାୟ, ବିଚିତ୍ରାନନ୍ଦ ଜେନା, ନୂତନ କୁମାର ରାଉତ, ସୁଶାନ୍ତ ଦଳେଇ, ସୋମନାଥ ବେହେରା, ନଚିକେତା ପରମାଣିକ, ସତ୍ୟଜିତ ମଲ୍ଲିକ, ଅଶ୍ୱିନୀ ସାହୁ, ନିର୍ମଳ ପତ୍ରୀ, ରମାକାନ୍ତ ସେନାପତି, ହେମନ୍ତ ମହାନ୍ତି, ପ୍ରଦୀପ ମହାପାତ୍ର, ପଦ୍ମିନୀ ପୁହାଣ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments
Loading...