ଆଜିଠାରୁ ମାଟ୍ରିକ ପରୀକ୍ଷା, ବିଶ୍ୱନାଥ ବିଦ୍ୟାପୀଠ ପ୍ରଶ୍ନପତ୍ର ହବ୍‍

ଆଠଗଡ: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଚଳିତବର୍ଷ ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହେବ। ଆଠଗଡସ୍ଥିତ ବିଶ୍ୱନାଥ ବିଦ୍ୟାପୀଠକୁ ପ୍ରଶ୍ନପତ୍ର ହବ୍‍ କରାଯାଇଥିବା ବେଳେ ଏଠାରୁ ୧୩ଟି ପରୀକ୍ଷା କେନ୍ଦ୍ରକୁ ୨୦୩୫ଜଣ ପରୀକ୍ଷାର୍ଥୀଙ୍କର ପ୍ରଶ୍ନପତ୍ନ ପ୍ରତି ପରୀକ୍ଷା ଦିନ ସକାଳ ୭ଟା ସୁଦ୍ଧା ପୁଲିସ ସୁରକ୍ଷା ମଧ୍ୟରେ ପଠାଇବାର ବ୍ୟବସ୍ଥା କରାଯାଇଛି ବୋଲି ପ୍ରଶ୍ନପତ୍ର ହବ୍‍ର ସୁପରଭାଇଜର ତଥା ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ପତୀ ଓ ସହକାରୀ ସୁପରଭାଇଜର ଶିକ୍ଷକ କାଶିନାଥ ସାହୁଙ୍କ ସୁତ୍ରରୁ ପ୍ରକାଶ।

ଏହି ପ୍ରଶ୍ନପତ୍ର ହବ୍‍ରୁ ବିଶ୍ୱନାଥ ବିଦ୍ୟାପୀଠର ୧୯୩ ନିୟମିତ ଛାତ୍ର ଓ ଉକ୍ତ ବିଦ୍ୟାଳୟର ୩୫ ପରୀକ୍ଷାର୍ଥୀ, ଆଠଗଡ ସରକାରୀ ବାଳିକା ବିଦ୍ୟାଳୟର ୧୫୬, ବେଣ୍ଟପଦା ହାଇସ୍କୁଲର ୧୪୦, ମାଧବପୁରସ୍ଥିତ ସରକାରୀ ବାଳିକା ସେବାଶ୍ରମ ବିଦ୍ୟାଳୟର ୧୯୮, କଖଡି ବିଦ୍ୟାପୀଠର ୧୭୯, କୁଲାଇଲୋର ଏଡିଏସ୍‍ ବିଦ୍ୟାପୀଠର ୧୧୦, ଯୋରନ୍ଦାର ଏମଏସଏସ ବିଦ୍ୟାପୀଠର ୧୨୮, ଖୁଣ୍ଟୁଣୀର ରାଧାନାଥ ବିଦ୍ୟାପୀଠର ୨୦୧, ବାଳିର ଏସଏସ ବିଦ୍ୟାପୀଠର ୧୩୫, ସମସରପୁରର ସାବିତ୍ରୀ ରଥ ବିଦ୍ୟାପୀଠର ୧୧୫, ଅରଖପାଟଣା ଲୋକନାଥ ବିଦ୍ୟାପୀଠର ୧୧୧, ଖୁଣ୍ଟକଟା ହାଇସ୍କୁଲର ୧୭୧ ଓ ସରଣ୍ଡା ବିଦ୍ୟାପୀଠର ୧୬୩ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ବିଶ୍ୱନାଥ ବିଦ୍ୟାପୀଠରୁ ଯୋଗାଇ ଦିଆଯିବ। ତେବେ ଆଠଗଡ ବ୍ଲକର ୧୩ଟି କେନ୍ଦ୍ରରେ ମୋଟ ୨୦୧୪ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ ବୋଲି ମଣ୍ଡଳ ଶିକ୍ଷାଧିକାରୀ ବିଜୟ ଲକ୍ଷ୍ମୀ ସାମଲଙ୍କ ସୁତ୍ରରୁ ପ୍ରକାଶ।

Comments are closed.