ନାଗ ଦଂଶନରେ ୨ ପୋଷା ଶୁଆ ମୃତ

ଆଠଗଡ: ଆଠଗଡ ରଥଗଡା ନିବାସୀ ପିଣ୍ଟୁ ପଣ୍ଡାଙ୍କ ଘରେ ପିଞ୍ଜରାରେ ରହିଥିବା ୨ଟି ୧୬ବର୍ଷ ବୟସ୍କ ପୋଷା ଶୁଆ ଏକ ନାଗସାପ ଦଂଶନରେ ମରିଥିବା ଜଣାପଡିଛି। ପରିବାର ଲୋକଙ୍କଠାରୁ ଖବର ପାଇ ଆଠଗଡର ସାପଧରାଳି ତଥା ସ୍ନେକ ହେଲ୍ପଲାଇନର ସଦସ୍ୟ ସୁଶାନ୍ତ କୁମାର ପାତ୍ର ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ପରେ ଏକ ୩ଫୁଟ ଲମ୍ବର ନାଗସାପକୁ ଧରିଥିଲେ। ବନବିଭାଗର ପରାମର୍ଶକ୍ରମେ ସାପଟିକୁ ସୁରକ୍ଷିତ ଭାବେ ନିକଟବର୍ତ୍ତୀ ବୌଦା-ବନଖଣ୍ଡି ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି।

Comments are closed.