ତ୍ରୁଟିପୂର୍ଣ୍ଣ ନିର୍ମାଣ, ନାଳରେ ପଡି ଷଣ୍ଢ ମୃତ

ଆଠଗଡ: ଆଠଗଡ ସହରର ଚାନ୍ଦବାଲି ଛକଠାରୁ ଝରଣ ଛକ ପର୍ଯ୍ୟନ୍ତ ରାସ୍ତାର ଉତ୍ତର ପାର୍ଶ୍ବରେ ନୂଆକରି ନିର୍ମାଣ କରାଯାଇଥିବା କଂକ୍ରିଟ ନାଳ ଖୋଲରେ ପଡି ଏକ ଷଣ୍ଢ ମରିଯାଇଥିବା ଜଣାପଡିଛି। ତ୍ରୁଟିପୂର୍ଣ୍ଣ ଓ ଅଧପନ୍ତରିଆ ନିର୍ମାଣ ଯୋଗୁଁ ଷଣ୍ଢଟି ନାଳର ବାଡା ଓ ରାସ୍ତା ମଧ୍ୟରେ ପୋତା ନଯାଇଥିବା ଖାଲରେ ବୁଧବାର ବିଳମ୍ବିତ ରାତ୍ରିରେ ଏକ ଷଣ୍ଢ ଖସିପଡିଥିଲା। ଉକ୍ତ ସଂକୀର୍ଣ୍ଣ ଖାଲ ମଧ୍ୟରେ ଷଣ୍ଢଟି ଖସିପଡିଥିଲା। ଷଣ୍ଢଟିର ମୁଣ୍ଡ ଚାପି ହୋଇ ରହିଯିବା ଦ୍ୱାରା ସେଥିରୁ ବାହାରି ନପାରି ଛଟପଟ ହୋଇ ମରିଯାଇଥିଲା। ସକାଳେ ରାସରସିକପୁର ଗ୍ରାମବାସୀ ଏହା ଦେଖି ଅସନ୍ତୋଷ ବ୍ୟକ୍ତ କରିବା ସହ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇଥିଲେ। ଆଠଗଡ ଦମକଳ ବାହିନୀ ଆସି ଷଣ୍ଢଟିକୁ ସଂକୀର୍ଣ୍ଣ ଖାଲ ମଧ୍ୟରୁ ଉଦ୍ଧାର କରିବା ବେଳକୁ ତାହା ମରିଯାଇଥିବା ଜଣାପଡିଥିଲା।

Comments are closed.