ଜ୍ୟୋତିର୍ବିଜ୍ଞାନରେ ଉତ୍କର୍ଷତା ପାଇଁ ପ୍ରିୟଙ୍କାଙ୍କୁ ସ୍ୱର୍ଣ୍ଣପଦକ

ଆଠଗଡ: ଭୁବନେଶ୍ୱରରେ ନିକଟରେ ଆୟୋଜିତ ଭାରତୀୟ ଜ୍ୟୋତିଷ ଓ ବାସ୍ତୁ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ୭ମ ଜ୍ୟୋତିଷ ମହାସମ୍ମିଳନୀରେ ଆଠଗଡ ପଦ୍ମସାହିର ଝିଅ ତଥା ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରିୟଙ୍କା ନାୟକଙ୍କୁ ଜ୍ୟୋତିଷ ବିଦ୍ୟାରେ ଉତ୍କର୍ଷତା ପାଇଁ ସ୍ୱର୍ଣ୍ଣ ପଦକ ମିଳିଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଡଃ ପ୍ରସନ୍ନ କୁମାର ପାଟସାହାଣୀ ଏବଂ ବିଧାୟକ ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗଦେଇ ପ୍ରିୟଙ୍କାଙ୍କୁ ସ୍ୱର୍ଣ୍ଣପଦକ ସହିତ ‘ଜ୍ୟୋତିଷ ବିଦ୍ୟାର୍ଣ୍ଣବ’ ସମ୍ମାନ ପ୍ରଦାନ କରିଥିଲେ। ପ୍ରିୟଙ୍କା ତାଙ୍କର ଶିକ୍ଷକତା କାର୍ଯ୍ୟ ସହିତ ଜ୍ୟୋତିଷ ଶାସ୍ତ୍ର ଓ ଜ୍ୟୋତିର୍ବିଜ୍ଞାନରେ ତାଙ୍କର ଗବେଷଣା ଜାରି ରଖିଛନ୍ତି ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତାଙ୍କୁ ସ୍ୱର୍ଣ୍ଣପଦକ ସହ ଉପାଧିରେ ସମ୍ମାନିତ କରାଯାଇଥିବାରୁ ତାଙ୍କର ବହୁ ଶୁଭେଚ୍ଛୁ ଏବଂ ଆଠଗଡର ବହୁ ଜ୍ୟୋତିର୍ବିତ୍‍ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

Comments are closed.