ବିକାଶ ମଞ୍ଚ ପକ୍ଷରୁ ବସ୍ତି ପିଲାଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ଆଠଗଡ: ଆଠଗଡର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଜେନାପଦା ପଞ୍ଚାୟତର ମୁଣ୍ଡାବସ୍ତିରେ ରହୁଥିବା ଗିରିଗୋବର୍ଦ୍ଧନ କ୍ରୀଷ୍ଣା ବାଟିକାର ପିଲାମାନଙ୍କୁ ଗୁରୁବାର ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି। ବିକାଶ ମଞ୍ଚ ପକ୍ଷରୁ ୪୦ରୁ ଉର୍ଦ୍ଧ ପିଲାଙ୍କୁ ପାଠ୍ୟ ପୁସ୍ତକ, ଖାତା, ସିଲଟ, ପେନ, ଖଡି ସହିତ ଅନ୍ୟ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା। ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ

ଏହି କରୋନା କାଳରେ ପିଲାମାନେ ଘରେ ରହି କିପରି ପାଠ ପଢିବେ ସେଥିଲାଗି ସେମାନଙ୍କୁ ପାଠ୍ୟଉପକରଣ ବଣ୍ଟନ କରିଥିଲେ। ସେହି ବସ୍ତି ପିଲାଙ୍କୁ ବିନା ପାରିଶ୍ରମିକରେ ନିୟମିତ ସ୍ୱେଚ୍ଛାକୃତ ଭାବେ ପାଠ ପଢାଉଥିବା ସୁରେଖା ଖଟୁଆଙ୍କ ସହ ସ୍ୱେଚ୍ଛାସେବୀ ରାମପ୍ରସାଦ ରଣା ଓ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପ୍ରମୁଖ ଏହି ପାଠ୍ୟ ଉପକରଣ ବଣ୍ଟନରେ ସହଯୋଗ କରିଥିଲେ। ଏହି ୩ଜଣ ସ୍ୱେଚ୍ଛାସେବୀଙ୍କ ସମେତ ବସ୍ତିବାସିନ୍ଦା ଅଭିଭାବକ ବିକାଶ ମଞ୍ଚର ଏପରି ମହନୀୟ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଶ୍ରୀ ବସ୍ତିଆ ଓ ଅନୁଷ୍ଠାନକୁ କୃତଜ୍ଞତା ଜଣାଇଥିଲେ।

Comments are closed.