ଆଠଗଡ଼ ବିକାଶ ପରିଷଦ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ଆଠଗଡ଼: ଆଠଗଡ଼ର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଓ ସାମାଜିକ ଅନୁଷ୍ଠାନ ଆଠଗଡ଼ ବିକାଶ ପରିଷଦ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ପରାକ୍ରମ ଦିବସ ପାଳିତ ହୋଇଯାଇଛି। ସ୍ୱପ୍ନେଶ୍ୱର ବଜାର ଠାରେ ରବିବାର ସନ୍ଧ୍ୟାରେ ବିକାଶ ପରିଷଦର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ରାମନାରାୟଣ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଷଦର ଉପଦେଷ୍ଟା ଶରତ ଚନ୍ଦ୍ର ସାମନ୍ତ, ସଭ୍ୟ ଅଶୋକ କୁମାର ଦାସ, ଆଇନଜୀବୀ ସରୋଜ କୁମାର ମିଶ୍ର, ସାମ୍ବାଦିକ ସନାତନ ରାୟ, ପତିତପାବନ ରାଉତ, ଉପେନ୍ଦ୍ର ବାରିକ, କୃଷକନେତା ନିରଞ୍ଜନ ନାୟକ, ଜ୍ଞାନରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ନେତାଜୀଙ୍କ ବହୁମୁଖୀ ପ୍ରତିଭା, ତ୍ୟାଗ ବଳିଦାନ ଓ ଦେଶଭକ୍ତିର ପଟ୍ଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ଆଜିର ଯୁବପୀଢିନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟ ଓ ନ୍ୟାୟ ପଥରେ ଅଗ୍ରସର ହେବା ପାଇଁ ସେମାନେ ଆହ୍ୱାନ ଜଣାଇଥିଲେ। ବିକାଶ ପରିଷଦର ବରିଷ୍ଠ ସଭ୍ୟ ତଥା ସମ୍ବାଦିକ ନିଳକଣ୍ଠ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.