ରାସରସିକପୁର ୟୁଜିୟୁପି ସ୍କୁଲରେ ନେତାଜୀ ଜୟନ୍ତୀ

ଆଠଗଡ଼: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା, ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଆଠଗଡ଼ ସହରର ରାସରସିକପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ ସଂକ୍ରମଣ ଓ କଟକଣା ଲାଗି ସ୍କୁଲକୁ ଛାତ୍ରଛାତ୍ରୀ ଆସୁନଥିବାବେଳେ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ସଦସ୍ୟଙ୍କ ସମେତ କେତେକ ଆମନ୍ତ୍ରିତ ବ୍ୟକ୍ତିଙ୍କ ଉପସ୍ଥିତିରେ ନେତାଜୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା। ସ୍କୁଲର ପ୍ରଧାନଶିକ୍ଷକ ଦେବରାଜ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସ୍କୁଲ ପରିଚାଳନା କମିଟିର ସଭାପତି ଶିବଶଙ୍କର ଜେନା ମୁଖ୍ୟ ଅତିଥି, ଉପଦେଷ୍ଟା କ୍ଷୀରୋଦ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା, ପୂର୍ବତନ କାଉନସିିଲର ସୁଧାଂଶୁ ଶେଖର ଦଳାଇ, ପରିଚାଳନା କମିଟି ଉପସଭାପତି କଳ୍ପମୟୀ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନେତାଜୀଙ୍କର ଦେଶର ସ୍ୱାଧୀନତା ସଂଗ୍ରାମରେ ଅବଦାନ ଓ ତାଙ୍କର ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ।

ଉପସ୍ଥିତ ସମସ୍ତ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତି ସ୍କୁଲ ପରିସରରେ ପ୍ରତିଷ୍ଠିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରିଚାଳନା କମିଟି ସଦସ୍ୟ ସସ୍ମିତା ତ୍ରିପାଠୀ, ରଞ୍ଜିତା ଦାସ, ଅନିତା ପ୍ରଧାନ, ପ୍ରଶାନ୍ତ କୁମାର ସେଠୀ, ରବିନାରାୟଣ ସିଠ, ରାଜେଶ କୁମାର ବାରିକ, ମୋ ସ୍କୁଲ ଅଭିଯାନର ଆବାହକ ଲକ୍ଷ୍ମୀଧର ସ୍ୱାଇଁ ଏବଂ ସ୍କୁଲ କମିଟିର ଉପଦେଷ୍ଟା ବସନ୍ତ କୁମାର ଦଳାଇ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.