ଭାରସାମ୍ୟ ହରାଇ ଓଲଟିଲା କାର

ଆଠଗଡ: ଆଠଗଡ ନରସିଂହପୁର ୬୫ନଂ ରାଜ୍ୟରାଜପଥର ରାଧାଦର୍ଶନପୁର ଠାରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ମାରୁତି ସୁଇପ୍ଟ କାର ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିବା ଜଣାପଡିଛି। କାରର ଆଗଚକ ପାଟି ଯିବାରୁ ଏଭଳି ଦୁର୍ଘଟଣା ଘଟିଥିବାବେଳେ କାରର ଚାଳକ ରୁଦ୍ରପ୍ରତାପ ସାହୁ ଏଥିରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ରାତ୍ରିକାଳୀନ କର୍ତ୍ତବ୍ୟରେ ଥିବା ବିଦ୍ୟୁତ୍‍ ବିଭାଗ କର୍ମଚାରୀ ୧୦୮ ରୋଗୀବୁହା ଗାଡିରେ ଆଠଗଡ ଡାକ୍ତରଖାନାକୁ ପଠାଇଥିଲେ। ତେବେ ଉକ୍ତ କାର୍‍ ଭିତରେ ଏକାଧିକ ସଂଖ୍ୟା ଫଳକ (ନମ୍ବର ପ୍ଲେଟ୍‍) ଥିବାରୁ ସଂପୃକ୍ତ କାର୍‍ଟି କୌଣସି ଚୋରା କାରବାରରେ ଲିପ୍ତ ଥିବା ନେଇ ସନ୍ଦେହ କରି ପୁଲିସ ତଦନ୍ତ ଜାରି ରଖିଛି।

Comments are closed.