ସ୍ୱାସ୍ଥ୍ୟକାର୍ଡ କାର୍ଯ୍ୟକାରିତା ପାଇଁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଆଠଗଡ: ଆଠଗଡ ଉପଖଣ୍ଡର ନରସିଂହପୁର, ବଡମ୍ବା, ତିଗିରିଆ ଓ ଆଠଗଡ ଅଞ୍ଚଳରେ ଚାଲିଥିବା ଘରୋଇ ନର୍ସିଂହୋମ ଗୁଡିକରେ ବିଜୁ ସ୍ୱାସ୍ଥ୍ୟକାର୍ଡ ପାଇଥିବା ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଉପଜିଲ୍ଲପାଳ ଶ୍ରୀ ସ୍ୱାଇଁ ଉପଖଣ୍ଡର ସମସ୍ତ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସେଠାରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ସ୍ମାର୍ଟକାର୍ଡ କାର୍ଯ୍ୟକାରୀ କରାଯାଉଛି ନା ନାହିଁ ତାର ତଦାରଖ କରିଥିଲେ। ସେ ସବୁ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା ଲୋକମାନଙ୍କୁ ବିଶେଷକରି ସ୍ୱାସ୍ଥ୍ୟକାର୍ଡ ପାଇଥିବା ଲୋକମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ମିଳୁଛି ନା ନାହିଁ ପଚାରି ବୁଝିଥିଲେ।

ଉପଜିଲ୍ଲପାଳ ଆଠଗଡ ସହରର ଚାନ୍ଦବାଲିଛକଠାରେ ଥିବା ପଣ୍ଡା ନର୍ସିଂହୋମ ସମେତ ଅନ୍ୟ କେତେକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ପାଇଥିବା ହିତାଧିକାରୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ନର୍ସିଂହୋମର ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲ୍ଲାପାଳଙ୍କ ସହିତ ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ ପ୍ରତିସ୍ୱିନୀ ଷଡଙ୍ଗୀ ଏବଂ ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିଶି ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ପରିଦର୍ଶନ କରିଥିଲେ।

Comments are closed.